ଏହି କାରଣରୁ ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା, ପଢନ୍ତୁ ଏହା ପଛରେ ଥିବା ରହସ୍ୟ ବିଷୟରେ

ଭଗବାନଙ୍କ ପାଖରେ ଲୋକେ ନାନା ପ୍ରକାରର ଫୁଲ, ଫଳ ଭୋଗ ଭାବରେ ଅର୍ପଣ କରିବା କଥା ସମସ୍ତେ ଜାଣନ୍ତି କିନ୍ତୁ ଜିଅନ୍ତା କଙ୍କଡ଼ା ଅର୍ପଣ କଥା ଶୁଣିଲେ କିଏ ବି ଆଶ୍ଚର୍ଯ୍ୟ ହେବ । ଏହି କଥା ଟି ସମ୍ପୂର୍ଣ ରୂପରେ ସତ ଅଟେ ।

ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯାଇଥାଏ । ଯେଉଁମାନଙ୍କ ମନସ୍କାମନା ପୂରଣ ହୁଏ ସେମାନେ ଏଠାରେ ଏହି କଙ୍କଡ଼ା ଅର୍ପଣ କରିଥାଆନ୍ତି ବୋଲି କୁହାଯାଏ। ପୂର୍ବରୁ ମନ୍ଦିର ନିକଟରେ ଯେତେବେଳେ ସମୁଦ୍ର ଥିଲା ସେତେବେଳଠାରୁ ଏଠାରେ କଙ୍କଡ଼ା ଅର୍ପଣ କରିବାର ପରମ୍ପରା ରହିଥିବା କୁହନ୍ତି ସ୍ଥାନୀୟ ବାସିନ୍ଦା।

Reply