ଅଧିକ ଚା ପିଇବା ଆପଣଙ୍କୁ ପଡିପାରେ ଭାରି, ଏହାଦ୍ୱାରା ଶରୀରରେ ଭୟଙ୍କର ସମସ୍ୟା ସୃଷ୍ଟି ହୋଇଥାଏ

ଆଜି କାଲି ସମସ୍ତେ ଚା ପ୍ରେମୀ ଅଟନ୍ତି, ଖାଲି ପେଟରେ ଚା’ ପିଇ ଆପଣ ନିଜ ପେଟର ସିଧାସଳଖ କ୍ଷତି ପହଁଚାଉଛନ୍ତି । ଏହାଦ୍ୱାରା ଅଲସର ବା ଗ୍ୟାସ୍ ଭଳି ସମସ୍ୟା ବଢ଼ିବାର ସମ୍ଭାବନା ରହିଥାଏ । ଏବେ ଆସନ୍ତୁ ଜାଣିବା ବେଡ୍ ଟି ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଦିଏ ।

ଯଦି ଆପଣ ଏହା ଭାବି ଖୁସି ହେଉଛନ୍ତି ଯେ, କମ୍ କ୍ଷୀରର ଷ୍ଟ୍ରଗ୍ ଚା’ ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।

ଯଦି ଆପଣ ଏହା ବି ଭାବୁଛନ୍ତି ଯେ ଆପଣ ଚା’ ଖାଇବା ପରେ ପିଉଛନ୍ତି , ତଥାପି ଆପଣ ସମସ୍ୟାରୁ ବାହାର ନୁହଁନ୍ତି । ଆମେ ସମସ୍ତେ ଜାଣନ୍ତି ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।

ଯଦି ଆପଣ ଦିନରେ ୪ରୁ ୫ଥର ଚା’ ପିଉଥାନ୍ତି , ତ ନିଜର ଏହି ଅଭ୍ୟାସକୁ ପରିତ୍ୟାଗ କରନ୍ତୁ । ବହୁତ ଅଧିକ ଗରମ ଚା’ ପିଇବାର ଅଭ୍ୟାସ ମଧ୍ୟ ଭଲ ନୁହେଁ । ଏହାଦ୍ୱାରା ଖାଦ୍ୟ ନଳୀରେ କର୍କଟ ହେବାର ସମସ୍ୟା ବଢିଯାଇଥାଏ ।

Reply