ଆସନ୍ତା ଜାନୁଆରୀ ୧୦ ରେ ପଡୁଛି ଚନ୍ଦ୍ରଗ୍ରହଣ, ଏହି ସବୁ ରାଶିକୁ ମିଳିବ ସଫଳତା ଓ ଖୋଲିବ ଭାଗ୍ୟ

୧୦ ଜାନୁଆରୀରେ ଲାଗୁଚି ଚନ୍ଦ୍ରଗ୍ରହଣ, ଆସନ୍ତୁ ଜାଣିବା ଏହା ବିଷୟରେ କିଛି ତଥ୍ୟ । ଗ୍ରହଣର ପ୍ରଭାବ ସବୁ ରାଶିଙ୍କ ଉପରେ ପଡ଼ିବ । ଏହି ଚନ୍ଦ୍ରଗ୍ରହଣ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଓ କେଉଁ ରାଶିଙ୍କ ପାଇଁ ଅଶୁଭ ସେହି ବିଷୟରେ ଆସନ୍ତୁ ଜାଣିବା ।

୧) ତୁଳା ରାଶି

ଏହି ରାଶିଙ୍କୁ ଗ୍ରହଣ ପରେ ହନୁମାନ ଓ ମାତା ରାଣୀଙ୍କ କୃପା ହେବ । ଏମାନଙ୍କ ଜୀବନରେ ଥିବା ସବୁ ସମସ୍ୟା ଦୂର ହେବ । ତେଣୁ ଚନ୍ଦ୍ରଗ୍ରହଣ ଦିନ ସକାଳେ ଉଠି ସ୍ନାନ କରିବା ପରେ ସର୍ବପ୍ରଥମେ ହନୁମାନ ଚାଳିସା ପାଠ କରିବା ଉଚିତ । କାରଣ ଏହାଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହେବ । ହନୁମାନଙ୍କ କୃପାରୁ ଆପଣଙ୍କୁ ବହୁତ ସଫଳତା ମିଳିବ । ଆପଣଙ୍କ ଆର୍ଥିକ ପୂର୍ବ ଅପେକ୍ଷା ବହୁତ ମଜବୁତ ରହିବ । ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନତାରେ ରୁହନ୍ତୁ । ଗାଡ଼ିରେ ଆସୁଥିବା ସମୟରେ ସାବଧାନତାରେ ରୁହନ୍ତୁ ।

୨) ସିଂହ ରାଶି

ଏହି ରାଶିଙ୍କ ଉପରେ ଚନ୍ଦ୍ରଗ୍ରହଣ ପରେ ମାତା ରାଣୀଙ୍କ କୃପା ବର୍ଷିବ । ଏହାଦ୍ୱାରା ଏମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ । କିନ୍ତୁ ଧ୍ୟାନ ରଖନ୍ତୁ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବହୁତ ମଜବୁତ ରହିବ । ଏଥି ଯୋଗୁଁ ଆପଣଙ୍କ ମନ ଖୁସିରେ ରହିବ । ଆସୁଥିବା ସମୟରେ ଆପଣଙ୍କୁ କିଛି ନୂଆଁ ଶିଖିବାକୁ ମିଳିବ, ଆପଣଙ୍କ ଯାତ୍ରା ସଫଳତା ରହିବ ଏବଂ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ ।

୩) ମକର ରାଶି

ଏହି ରାଶିଙ୍କ ଉପରେ ଚନ୍ଦ୍ରଗ୍ରହଣ ପରେ ମହାଦେବଙ୍କ କୃପା ରହିବ । ଏହାଦ୍ୱାରା ଆପଣ ସଫଳତା ସହିତ ଆଗକୁ ବଢ଼ିବେ, ଲାଭ ହେବ ଏବଂ ବ୍ୟାପାରର ବ୍ୟସ୍ତରେ ରହିବ । ଆପଣ ନିଜ ବେପାରରେ ପରିବର୍ତ୍ତନ ଆଣିପାରନ୍ତି ସେଥିରେ ଆପଣ ନିଶ୍ଚୟ ସଫଳତା ହେବେ । ସମାଜରେ ମାନସମ୍ମାନ ବଢ଼ିବ । ସ୍ଵଚ୍ଛ ମନରେ ହନୁମାନଙ୍କ ଆରାଧନା କଲେ ଆପଣଙ୍କୁ ନିଶ୍ଚୟ ଫଳ ମିଳିବ ।

୪) କୁମ୍ଭ ରାଶି

ଚନ୍ଦ୍ରଗ୍ରହଣ ପରେ ଏହି ରାଶିଙ୍କ ଉପରେ ଶ୍ରୀ ଗଣେଶ ଓ ହନୁମାନଙ୍କ କୃପା ଦୃଷ୍ଟି ରହିବ । ଆପଣଙ୍କ ଯାତ୍ରା ଆନନ୍ଦରେ କଟିବ । ଆପଣ ଯଦି ସକାଳେ ହନୁମାନଙ୍କ ଆରାଧନା କରି ଦିନଟି ଆରମ୍ଭ କରୁଛନ୍ତି, ତେବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । ଆପଣଙ୍କର ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ପୂରଣ ହେବ । ଏହି ରାଶିଙ୍କ ଉପରେ ମାତା ଲଷ୍ମୀ ମଧ୍ୟ ଧନର ବର୍ଷା କରିବେ । ଏହି ଚନ୍ଦ୍ରଗ୍ରହଣ ଅନ୍ୟ ରାଶିଙ୍କ ଉପରେ ପାଇଁ ମଧ୍ୟମ ଫଳ ଦେବ ।

Reply