ସୂର୍ଯ୍ୟ, ମଙ୍ଗଳ ଏବଂ ଶନି ରାଶି ପରିବର୍ତ୍ତନ ହେବା ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡିବ ପ୍ରଭାବ

ଏହି ମାସରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ପରିବର୍ତ୍ତନ ଦିଗରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି ମାନାଯାଏ। ଏଭଲିକି ବର୍ତ୍ତମାନ ବୁଧ ଏବଂ ଶୁକ୍ର ନିଜ ରାଶି ପରିବର୍ତ୍ତନ କରିଛନ୍ତି। ଆସନ୍ତା ୧୫ଦିନରେ ୩ ପ୍ରମୁଖ ଗ୍ରହ ମଙ୍ଗଳ,ସୂର୍ଯ୍ୟ ଏବଂ ଶନି ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନର ପ୍ରଭାବ ଭିନ୍ନ ଭିନ୍ନ ରାଶି ଉପରେ ପ୍ରଭାବ ପଡ଼ିପରେ ।

ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଗ୍ରହର ରାଶି ବଦଳି ବାର ସମ୍ଭାବନା। ସେପ୍ଟେମ୍ବର ୧୭ତାରିଖରେ ସୂର୍ଯ୍ୟ ଦେବତା କନ୍ୟା ରାଶିରେ ପ୍ରବେଶ କରିବେ। ପୂରାପୂରି ମାସେ ଯାଏଁ କନ୍ୟା ରାଶିରେ ସୂର୍ଯ୍ୟ ଦେବତାଙ୍କ ପ୍ରବାସ ରହିବ। ସୂର୍ଯ୍ୟ ଦେବତା ବର୍ତ୍ତମାନ ସିଂହ ରାଶିରେ ଅଛନ୍ତି। ଏହା ପରେ ନ୍ୟାୟର ଦେବତା ଶନି ସେପ୍ଟେମ୍ବର ୧୮ତାରିଖରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି ଦେବତା ବର୍ତ୍ତମାନ ଧନୁ ଦେବତାରେ ଅଛନ୍ତି। ଏହାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ ରାଶି ଉପରେ ପଡ଼ିବ।

ସେପ୍ଟେମ୍ବର ୨୪ତାରିଖରେ ମଙ୍ଗଳ ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ପୃଥିବୀର ସବୁଠୁ ନିକଟତର ଗ୍ରହ ମଙ୍ଗଳର ଶୁଭ ଅଶୁଭ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ଏବଂ ବୁଧ ଗ୍ରହର ମାସକରେ ୨ଥର ରାଶି ପରିବର୍ତ୍ତନ ହୋଇଥାଏ। ଗତ ୧୦ସେପ୍ଟେମ୍ବରରେ ବୁଧ କନ୍ୟା ରାଶିରେ ପରିବର୍ତ୍ତିତ ହୋଇଛନ୍ତି। ଏବେ ଏହା ପରେ ସେପ୍ଟେମ୍ବର ୨୯ତାରିଖରେ ବୁଧ ତୁଳା ରାଶିରେ ପ୍ରବେଶ କରିବେ।

ସେପ୍ଟେମ୍ବର ମାସରେ ଗ୍ରହ ପ୍ରବେଶ ପରିବର୍ତ୍ତନର ପ୍ରଭାବ ବୃଷ,ମିଥୁନ,ସିଂହ,କନ୍ୟା,ଧନୁ,ମକର ଏବଂ କୁମ୍ଭ ରାଶି ଉପରେ ରହିବ। କେବଳ ଧନଧାନ୍ୟ ନୁହେଁ,ପ୍ରସିଦ୍ଧି ଏବଂ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ରାଶିର ଜାତକ ବହୁତ ଭଲ ସ୍ଥିତିରେ ରହିବେ। ଅଶୁଭ ପ୍ରଭାବ କଥା କହିବା ଯଦି ମେଷ ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଜ୍ୟୋତିଷ ପରିବର୍ତ୍ତନ ଭଲ ନାହିଁ। କିନ୍ତୁ ବିଛା ଏବଂ ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହ ପରିବର୍ତ୍ତନର ସାମାନ୍ୟ ପ୍ରଭାବ ରହିବ।

Leave a Reply

Your email address will not be published. Required fields are marked *