ରାବଣ ମୁର୍ଚ୍ଛା ପଳେଇ ଥିବା ସମୟରେ ବୀର ହନୁମାନ କାହିଁକି କାନ୍ଦି ପକାଇଥିଲେ ? ଜାଣିନଥିବେ ଏହାର କାରଣ

ଯିଏ ଅଧର୍ମ ଓ ଖରାପ କାମ କରୁଛି ସେ ହନୁମାନଙ୍କ ପ୍ରକୋପ କୁ ନିଶ୍ଚୟ ଡରୁଥିବ ।ଏମିତି ହିଁ କିଛି ଡର ଇନ୍ଦ୍ରଜିତ ମାନେ ମେଘନାଥ ଙ୍କ ଭିତରେ ହନୁମାନଙ୍କ ସହ ମିଶିବା ପରେ ପ୍ରାପ୍ତ ହୋଇଥିଲା । ମେଘନାଥ ଙ୍କ ହୃଦୟ ରେ ହନୁମାନଙ୍କ ପାଖରୁ ମିଳିଥିବା ମୂଥା ର ଡର ଘର କରିଦେଇଥିଲା । ଯେତେବେଳେ ମେଘନାଥ ରାଵଣଙ୍କୁ ଏହା ବିଷୟରେ କହିଲେ ତ ରାବଣ ବିଶ୍ୱାସ କଲାନାହିଁ ।

କାହିଁକିନା ସେ ନିଜ ଅଭିମାନ ରେ ସମ୍ପୂର୍ଣ ବୁଡ଼ିଯାଇଥିଲା । ଏହାପରେ ଯେବେ ରାବଣ ହନୁମାନଙ୍କ ସହ ସମ୍ନାସାମ୍ନି ହେଲା ତେବେ ସେ ହନୁମାନଙ୍କୁ କହିଲା କି ମୁଁ ଆପଣଙ୍କ ହାତ ମୂଥା ବା ପଞ୍ଝା ର ବହୁତ ପ୍ରଶଂସା ଶୁଣିଛି । ମୁଁ ଚାହେଁ କି ଆପଣ ମୋ ଉପରେ ନିଜର ସମ୍ପୂର୍ଣ ଶକ୍ତି ଲଗେଇ ପ୍ରହାର କରନ୍ତୁ ।

ଏହାପରେ ହନୁମାନ କହିଲେ ରାବଣ ମୁଁ ଏହାପାଇଁ ପ୍ରସ୍ତୁତ ଅଛି କିନ୍ତୁ ମୁଁ ଚାହେଁ କି ପ୍ରଥମ ପ୍ରହାର ଆପଣ କରନ୍ତୁ । ଏହା ଶୁଣି ରାବଣ ଆଶ୍ଚର୍ଯ୍ୟ ହୋଇଗଲା, ସେ ହନୁମାନଙ୍କୁ ପଚାରିଲେ ପ୍ରଥମ ପ୍ରହାର ମୁଁ କାହିଁକି କରିବି ? ଏମିତି ତମେ କାହିଁକି କହୁଛ ? ତେବେ ହନୁମାନ କହିଲେ କି ଯଦି ମୁଁ ପ୍ରଥମ ପ୍ରହାର କରେ ତେବେ ଆପଣ ପୁଣି ଉଠି ମୋତେ ମରିବାର ସମର୍ଥ ଏକାଠି କରିପାରିବେ ନାହିଁ । ଏହାପରେ ରାବଣ ରାଗିଯାଇ ହନୁମାନଙ୍କ ଉପରେ ପ୍ରହାର କରିଥିଲା ।

ରାବଣ ର ପ୍ରହାର ରେ ହୂମାନ ଆଣ୍ଠୁ ମାଡି ବସିପଡ଼ିଲେ କିନ୍ତୁ ସେହି ସମୟରେ ନିଜକୁ ସମ୍ଭାଳି ଛିଡା ହୋଇଗଲେ । ଏହାପରେ ହନୁମାନ ରାବଣ ଉପରେ ଏମିତି ପ୍ରହାର କଲେ ରାବଣ ମୃତ ବ୍ୟକ୍ତି ପରି ଭୂମି ରେ ପଡିଗଲା । କିଛି ସମୟ ପରେ ଯେବେ ତାଙ୍କୁ ହୋସ ଆସିଲା

ତେବେ ସେ ମଧ୍ୟ ହନୁମାନଙ୍କ ମୂଥା ର ପ୍ରଶଂସା କରିବାକୁ ଲାଗିଲେ । ଏହା ଶୁଣି ହନୁମାନ କାନ୍ଦିବାକୁ ଲାଗିଲେ ଓ କହିଲେ କି ଧିକାର ଅଛି ମୋତେ ମୋ ଶକ୍ତି ଉପରେ ଯିଏ ମୋ ମୂଥା ଖାଇଲା ପରେ ମଧ୍ୟ ରାବଣ ଏବେଭି ଜୀବିତ ଅଛି।

Leave a Reply

Your email address will not be published. Required fields are marked *