କେବେ ଭାବିଛନ୍ତି କି ଗ୍ୟାସ୍ ସିଲିଣ୍ତର ରଙ୍ଗ କଣ ପାଇଁ ଲାଲ୍ ରଙ୍ଗର ହୋଇଥାଏ , କଣ ପାଇଁ ବଦଳାଇ ଯାଏନାହିଁ ଏହାର ରଙ୍ଗ…

ଟୁଥପେଷ୍ଟ ଲେବଲ୍ ରେ ଲାଲ, ହଳଦିଆ, ନୀଳ, ଓ କଳା ରଙ୍ଗ ଖବର କାଗଜର ପେଜରେ ତଳେ ଲାଲ , ହଳଦିଆ, ନୀଳ ରଙ୍ଗର ଗୋଲା ଟ୍ରେନ୍ ଡବା ପଛରେ କ୍ରସ୍ ଚିହ୍ନ ଏମିତି ବହୁତ ଜିନିଷ ଆମେ ପ୍ରତିଦିନ ଦେଖିଥା , ଏହାର ମତଲବ ଜାଣିବାପାଇଁ ଆମେ ଚେଷ୍ଟା କରିନଥାଉ , ଯଦି ଜାଣିବାକୁ ଚେଷ୍ଟା ବି କରୁ ତେବେ ତାହାର ଉତ୍ତର ମିଳେ ନାହିଁ , ଆଜି ଆମେ ଆପଣଙ୍କୁ ସବୁ ଦିନ ବ୍ୟବହାର ହେଉଥିବା ଗ୍ୟାସ୍ ସିଲିଣ୍ତର ଲାଲ ରଙ୍ଗର ବିଷୟରେ କହିବୁ , ଅଧାରୁ ଅଧିକା ଲୋକଙ୍କୁ ଏହା ଜଣା ବି ନଥିବ କି ଗ୍ୟାସ୍ ସିଲିଣ୍ତରର ରଙ୍ଗ କଣ ପାଇଁ ଲାଲ୍ ହୋଇଥାଏ , ଏହା ପଛରେ ଗୋଟିଏ ରହସ୍ୟ ଅଛି, ଯାହା କିଛି ସଙ୍କେତ ଦେଇଥାଏ । ଯେଉଁଠି ଆଗରୁ ଚୁଲି ଜଳାଇକରି ଖାଦ୍ୟ ବନା ହେଉଥିଲା ଏବେ ସବୁ ଘରେ ଏଲ୍ ପିଜି ଗ୍ୟାସ୍ ସିଲିଣ୍ତର ବ୍ୟବହାର କରାଯାଉଛି , ଯେମିତି କି ଜାଣିଛନ୍ତି କି ଲାଲ୍ ରଙ୍ଗ ବିପଦର ସଙ୍କେତ ହୋଇଥାଏ । ସେଥିପାଇଁ ଏଲ୍ ପିଜି ଗ୍ୟାସ୍ ସିଲିଣ୍ତରରେ ଲାଲ୍ ରଙ୍ଗ ଦିଆହୋଇଛି, ଏଥିପାଇଁ ନିଜ ସୁରକ୍ଷା ଉପରେ ବେଶୀ ଧ୍ୟାନ ଦେବାକୁ ହେବ ।

ଏଥିପାଇଁ ଗ୍ୟାସ୍ ସିଲିଣ୍ତର ଚିହ୍ନଟ ପାଇଁ ସିଲିଣ୍ତରକୁ ରେଡ୍ କଲର୍ ରେ ଭରାହୋଇଥାଏ , ଯେପରି ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ତର ଧଳା ରଙ୍ଗର , କାର୍ବନଡାଇଅକ୍ସିସାଇଡ୍ ଗ୍ୟାସ୍ ଗ୍ରେ କଲର୍ ରେ , ନାଇଟ୍ରୋଜେନ୍ ଗ୍ୟାସ୍ ସିଲିଣ୍ତର କଳା ରଙ୍ଗରେ ହେଲିୟମ୍ ଗ୍ୟାସ୍ ମାଟିଆ କଲରରେ , ନାଇଟ୍ରକ୍ସ ଅକସାଇଡ୍ ଗ୍ୟାସ୍ ସିଲିଣ୍ତର ନୀଳ ରଙ୍ଗରେ ହୋଇଥାଏ , ଏହି ଗ୍ୟାସ୍ ଅଲଗା ଅଲଗା ସିଲିଣ୍ତରରେ ଭର୍ତ୍ତି କରାଯାଏ । ଏଥିପାଇଁ ଚିହ୍ନଟ କରିବାରେ ସୁବିଧା ହୋଇଥାଏ ।

ସିଲିଣ୍ତର ବେଲଣାକାର ଏଥିପାଇଁ ହୋଇଥାଏ କି ଏହା ଭିତର ଗ୍ୟାସ୍ ଏକା ସମାନ ରହୁ ବୋଲି, କେଉଁଠି କମ୍ ଅଧିକା ନ ହେଉ , ଯାହା ଦ୍ୱାରା ଅଧିକା ପ୍ରେସର୍ ପାଇଲେ ଫାଟି ନଯାଉ ।

ଖାଲି ସିଲିଣ୍ତର ପ୍ରାୟ ୧୫,୩ କେଜି ହୋଇଥାଏ , ଏଥିରେ ୧୪,୨ କିଲୋ ଗ୍ୟାସ୍ ଭରିଥାଏ , ଏହି ପରି ୨୯,୫ କେଜି ହୋଇଯାଏ , କିନ୍ତୁ ଅଲଗା ଅଲଗା କମ୍ପାନୀ ସିଲିଣ୍ତରର ଓଜନ କମ୍ ବେଶୀ ହୋଇପାରେ ।

ଆପଣ ସିଲିଣ୍ତର ତଳ ପାଖରେ ଛୋଟ୍ ଛୋଟ ହୋଲ୍ ହୋଇଥିବାର ଦେଖିଥିବେ , ଏହା ଏଥିପାଇଁ ହୋଇଥାଏ ଯାହା ଦ୍ୱାରା ଏହା କଳଙ୍କି ନ ଲାଗୁ , ଓ ପାଣିର ସଂମ୍ପର୍କରେ ଆସିଲେ ବି କିଛି କ୍ଷତି ନ ହେଉ ।

Leave a Reply

Your email address will not be published. Required fields are marked *