୩୬୫ ଦିନ ରେ ଗୋଟିଏ ଥର ଖୋଲେ ଏହି ମନ୍ଦିର,ଖୋଲିଲା ମାତ୍ରେ ଦେଖାଦିଅନ୍ତି ୧୨ଯୋଡା ନାଗନାଗୁଣୀ।

ସାରାଦେଶ ରେ ୫ ଅଗଷ୍ଟ ରେ ନାଗ ପନ୍ଚମି ପର୍ବ ପାଳନ କରାଯାଇଛି।ଏହି ପର୍ବ ଶ୍ରାବଣ ମାସ ର ଶୁକ୍ଳ ପଖ୍ଯ ର ପନ୍ଚମୀ ତିଥି ରେ ପାଳନ କରାଯାଏ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବାସୁକୀ ନାଗ ସମସ୍ତ ନାଗ ଙ୍କ ରାଜା।ଶିବ ଙ୍କ ଗଳା ରେ ଥିବା ନାଗ ବାସୁକୀ ନାଗ।ସେଥିପାଇଁ ଶିବ ଙ୍କୁ କାଳ ଦେବତା କୁହାଯାଏ।

ମଧ୍ଯପ୍ରଦେଶ ର ହୋଶଂଗାବାଦ ଜିଲ୍ଲା ରେ ନାଗଚଂଦେଶ୍ବର ମନ୍ଦିର ର ଦ୍ବାରା ବର୍ଷ ରେ ଗୋଟିଏ ଥର ଖୋଲାଯାଏ।ଏହି ମନ୍ଦିର ୪୫ବର୍ଷ ପୁରୁଣା ଅଟେ।ନାଗ ଦେବତା ଙ୍କ ଫେଣ ମେଲାଇ ଭଗବାନ ଶିବ ପାର୍ବତୀ ଓ ତାଙ୍କ ପରିବାର ର ପ୍ରତିମା ସ୍ଥାପିତ ହୋଇଛି।ମନ୍ଦିର ର ସଂଚାଳକ ମିତ ଚୈର କହିଛନ୍ତି ଏହି ମନ୍ଦିର ୨୦୦୩ ରେ ତାଙ୍କ ପିତା ପ୍ରକାଶ ଚଂଦ୍ନ ଚୈର ୪୫ବର୍ଷ ପୂର୍ବରୁ ବନାଇଥିଲେ।

ସେହି ମନ୍ଦିର କେବଳ ନାଗପନ୍ଚମି ଦିନ ଖୋଲା ହୁଏ।ସେହିଦିନ ଖୀର ରେ ଅଭିଷେକ କରି ଶୃଙ୍ଗାର ମଧ୍ଯ କରାଯାଏ।ମନ୍ଦିର ରେ ୧୨ ଯୋଡା ନାଗନାଗୁଣୀ ର ପ୍ରତିମା ରହିଛି।ନାଗ ପୂଜା ର ଅନେକ ମହତ୍ବ ରହିଛି।ନାଗ ପୂଜା କରିବା ଦ୍ବାରା ନାଗ ଭୟ ରୋହେ ନାହିଁ।ସାଂସାରିକ ଦୁଖ ରୁ ମୁକ୍ତି ମିଳେ।ତଥା ବିଦ୍ଯା ବୁଦ୍ଧି ବଳ ଓ ଚାତୁର୍ଯ୍ଯ ପ୍ରାପ୍ତି ହୁଏ।ଜନ୍ମକୁଣ୍ଡଳୀ ରେ ଥିବା କାଳଶର୍ପ ଯୋଗ ର ଶାନ୍ତି ହୁଏ।

ପୁରାଣ ଅନୁଯାୟୀ ମହର୍ଷୀ କଶ୍ଯପ ରାଜା ଦଖ୍ଯ ଙ୍କ ୧୭ଟି ଝିଅ ଙ୍କୁ ବିବାହ କରିଥିଲେ।ସେ ତାଙ୍କ ର ସମସ୍ତ ସ୍ତ୍ରୀ ଙ୍କ ମଧ୍ଯରୁ କଦ୍ନୁ ଓ ବିନତା ଙ୍କୁ ଅଧିକ ଭଲ ପାଉଥିଲେ।ସେ ଦୁହିଁ ଙ୍କୁ ବର ମାଗିବା ପାଇଁ ମହର୍ଷି କହିଲେ।କଦ୍ନୁ ୧୦୦ ପରାକ୍ରମୀ ପୁତ୍ର ଙ୍କ ମା ହେବାର ବର ମାଗିଲେ ଓ ୧୦୦ ଟି ଅଣ୍ଡା ଦେଇ ସମସ୍ତ ସାପ ଙ୍କ ମା ହେଲେ।ବିନତା ତାଙ୍କର ବିପରୀତ ବର ମାଗିଲେ ସେ ସେହି ୧୦୦ ପୁତ୍ର ଙ୍କୁ ବିନାଶ କରିବା ଭଳି ଗୋଟିଏ ପୁତ୍ର ର କାମନା କରି ଗରୁଡ ଙ୍କୁ ଜନ୍ମ ଦେଲେ।

Reply