ଚନ୍ଦ୍ରଗ୍ରହଣକୁ ନେଇ ଜାଣିନିୟନ୍ତୁ ଏହି ସବୁ ଗୁରୁତ୍ୱପୂର୍ଣ୍ଣ କଥା, ଅପରାହ୍ନ ଘ ୪|୩୦ ମିନଟରୁ ବନ୍ଦ କରାଯିବ ଦେବକାର୍ଯ୍ୟ |

ଆସନ୍ତାକାଲି ଅର୍ଥାତ ଜୁଲାଇ ୧୬ରେ ଚନ୍ଦ୍ରଗ୍ରହଣ ହେବାର ଅଛି | ଏହି ଚନ୍ଦ୍ରଗ୍ରହଣ ରାତି ଘ ୧|୩୦|୫୨ ସେକେଣ୍ଡରୁ ଆରମ୍ଭ ହୋଇ ଘ ୪|୨୯|୫୪ ସେକେଣ୍ଡ ଯାଏଁ ରହିବ | ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ଘ ୩|୦୦|୫୦ ସେକେଣ୍ଡ ରହିଥିବାବେଳେ ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଛି | ୧୬ ଜୁଲାଇରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ ପାଇଁ କିଛି ମନ୍ଦିରରେ ଦେବନୀତି ଅପରାହ୍ନ ଘ ୪|୨୯|୫୪ ସେକେଣ୍ଡରୁ ବନ୍ଦ କରାଯିବ | ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଦେବନୀତିକୁ ନିଷେଧ କରାଯାଇଥାଏ |

ଅର୍ଥାତ ମଙ୍ଗଳବାର ଦିନ ଅପରାହ୍ନ ୪|୩୧ ମିନଟ ପରଠାରୁ ସମସ୍ତ ପାକକାର୍ଯ୍ୟ ବନ୍ଦ ରହିବ । ଏହି ନିଷେଧ ସମୟ ଜୁଲାଇ ୧୭ ତାରିଖ ସକାଳ ଘ ୪|୩୦ ମିନଟରେ ସରିବ | ଏହି ସମୟ ପରେ ଆପଣ ପୁଣି ସ୍ନାନ ପରେ ପୂଜାବିଧି କରିପାରିବେ | ଏଠାରେ ସୂଚନା ଥାଉ କି ୨୦୧୯ର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୨୧ରେ ହୋଇଥିଲା | ଏହା ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଥିବାବେଳେ ସୁପରବ୍ଲଡ଼ ମୁନ ନାମ ଦିଆଯାଇଥିଲା | କୁହାଯାଉଛି ଯେ ଏହି ସମୟରେ ଚନ୍ଦ୍ର ପୃଥିବୀର ବହୁତ ପାଖକୁ ଆସିଯାଇଥାଏ | ପୁଣିଥରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମେ ୨୯ ୨୦୨୧ ମସିହାରେ ହେବ |

ଚନ୍ଦ୍ରଗ୍ରହଣ କଣ :-

ଚନ୍ଦ୍ର ପୃଥିବୀର ଚାରିପଟେ ବୁଲୁଥିବାବେଳେ ପୃଥିବୀ ସୂର୍ଯ୍ୟର ଚାରିପଟେ ବୁଲୁଥାଏ | ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଗୋଟେ ସରଳ ରେଖାରେ ରୁହନ୍ତି, ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚିପାରେ ନାହିଁ | ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି | ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *