୧୭ ଜୁଲାଇରୁ ଆରମ୍ଭ ହେବ ଶିବଙ୍କର ପ୍ରିୟ ମାସ ଶ୍ରାବଣ, ଆରମ୍ଭ ହେବ ଏହି ରାଶିମାନଙ୍କର ଶୁଭ ସମୟ ।

ବୁଧବାର ୧୭ ଜୁଲାଇରୁ ଶିବଙ୍କର ପ୍ରିୟ ମାସ ଶ୍ରାବଣ ଆରମ୍ଭ ହେଉଛି । ଏହି ମାସରେ ଶିବଙ୍କର ବିଶେଷ ପୂଜା କରାଯାଏ । ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଢ଼ ଲାଗିରହିଥାଏ । ଶ୍ରାବଣ ମାସରେ ଶିବଙ୍କୁ ବେଲପତ୍ର ଖାସ ରୂପରେ ଚଢ଼ାଯାଏ । ଆସନ୍ତୁ ଜାଣିବା ଶ୍ରାବଣ ମାସରେ ଶିବଙ୍କୁ ପୂଜା କେମିତି କରିପାରିବେ ।

୧. ଶ୍ରାବଣର ଆରମ୍ଭରେ ଗ୍ରହମାନଙ୍କର ଯୋଗ :-

ଏହି ବର୍ଷ ଶ୍ରାବଣ ମାସର ଆରମ୍ଭ ଚନ୍ଦ୍ର ଗ୍ରହଣ ସହିତ ହେଉଛି । ୧୬ ଜୁଲାଇ ରାତିରେ ଚନ୍ଦ୍ର ଗ୍ରହଣ ହେବ, ଯାହା ଆସନ୍ତା ଦିନ ୧୭ ଜୁଲାଇର ସକାଳ ପର୍ଯ୍ୟନ୍ତ ରହିବ । ୧୭ ଜୁଲାଇରେ ଶ୍ରାବଣ ମାସ ଆରମ୍ଭ ହୋଇଯିବ । ୧୭ ତାରିଖରେ ସୂର୍ଯ୍ୟ ରାଶି ବଦଳେଇକି ମିଥୁନରୁ କର୍କଟରେ ପ୍ରବେଶ କରିବ । ବୁଧ କର୍କଟ ରାଶିରେ, ଗୁରୁ ବିଛା ରାଶିରେ, ଶୁକ୍ର ମିଥୁନ ରାଶିରେ, ଶନି, କେତୁ ଧନୁ ରାଶିରେ, ରାହୁ ମିଥୁନ ରାଶିରେ ରହିବ ।

୨. ଶିବଙ୍କ ପୂଜାପାଇଁ ଜରୁରୀ ଜିନିଷ :-

ଶିବଲିଙ୍ଗକୁ ସ୍ନାନ କରିବାପାଇଁ ତମ୍ବାର ବାସନ, ତମ୍ବାର ଢାଳ, କ୍ଷୀର, ବସ୍ତ୍ର, ଚାଉଳ, ଅଷ୍ଟଗନ୍ଧ, ଦୀପ, ତେଲ, ତୁଳା, ଧୂପକାଠି, ଚନ୍ଦନ, ବେଲପତ୍ର, ଫଳ, ମିଠା, ନଡ଼ିଆ, ପଞ୍ଚାମୃତ, ପାନ, ଅରଖ ଫୁଲ, ପଇତା, ଶୁଖିଲା ମିଠା, ଦକ୍ଷିଣା ପୂଜାରେ ଭଲ ରୂପରେ ରଖନ୍ତୁ ।

୩. ପଞ୍ଚାମୃତ କେମିତି ବନେଇବେ :-

ଶିବଙ୍କ ପୂଜାରେ ପଞ୍ଚାମୃତ ନିଶ୍ଚୟ ରଖନ୍ତୁ । ପଞ୍ଚାମୃତ କ୍ଷୀର, ଦହି, ଘିଅ, ମହୁ ଓ ମିଶ୍ରି ଆଦି ସବୁ ମିସେଇକି ବନାନ୍ତି ।

୪. ଗଣେଶଙ୍କ ପୂଜା ପ୍ରଥମେ କରନ୍ତୁ :-

ଶିବଙ୍କ ପୂଜା ପୂର୍ବରୁ ପ୍ରଥମ ପୂଜ୍ୟ ଓ ଶିବ-ପାର୍ବତୀଙ୍କ ପୁତ୍ର ଗଣେଶଙ୍କ ପୂଜା ପ୍ରଥମେ କରନ୍ତୁ । ଗଣେଶଙ୍କ ପୂଜା ବିନା କୌଣସି ଦେବୀ-ଦେବତାଙ୍କ ପୂଜା ପୁର୍ଣ ହେବନାହିଁ । ଶିବଙ୍କ ସହିତ ମାତା ପାର୍ବତୀଙ୍କର ପୂଜା କରନ୍ତୁ । ସ୍ୱାମୀ-ସ୍ତ୍ରୀ ଏକା ସାଙ୍ଗରେ ପୂଜା କରନ୍ତୁ ।

Leave a Reply

Your email address will not be published. Required fields are marked *