ମୂର୍ତି ମଝିରେ ଫସିଗଲେ ମହିଳା, କାରଣ ଜାଣିଲେ ଆପଣମାନେ ଅଶ୍ଚର୍ଯ୍ୟ ହୋଇଯିବେ ।

ଆମ ଦେଶରେ ଆସ୍ଥା ଓ ଶ୍ରଦ୍ଧା ସମସ୍ତଙ୍କ ପାଖରେ ଥାଏ ଓ ଯେତେବେଳେ ମାନସିକ ପୁରାଣ କରିବା କଥା ଆସିଲେ ତେବେ ମନୁଷ୍ୟ ସେଥିପାଇଁ କିଛି ଭି କରିପାରେ । ମନୁଷ୍ୟ ତାର ମନଷ୍କାମନାକୁ ପୁରଣ କରିବାପାଇଁ ବଡରୁ ବଡ ରିସ୍କ ନେଇଥାନ୍ତି । ଏମିତି କିଛି ଗୁଜୁରାଟର ଜଣେ ମହିଳାଙ୍କ ସହିତ ହୋଇଛି । ସେହି ମହିଳା ଜଣକ ମନ୍ଦିରରେ ଭଗବାନଙ୍କ ଆଗରେ ନିଜର ମନସ୍କାମନା ପୁର୍ଣ କରିବାପାଇଁ ମନ୍ଦିରରେ ତିଆରି ହୋଇଥିବା ଗୋଟେ ହାତୀ ମୂର୍ତି ମଝିରେ ଯିବାପାଇଁ ଚେଷ୍ଟା କଲେ ଓ ସେହି ସମୟରେ ହାତୀ ମୂର୍ତି ମଝିରେ ଫସିଯାଇଥିଲେ ।

ମହିଳା ଯେଉଁ ମନ୍ଦିରକୁ ଦର୍ଶନ କରିବାପାଇଁ ଯାଇଥିଲେ, ସେଠାରେ ମାନ୍ୟତା ଅଛି କି ଯେଉଁ ଭକ୍ତ ଏହି ହାତୀ ମୂର୍ତ୍ତିର ତଳପଟେ ଯିବ ତାଙ୍କର ମନସ୍କାମନା ପୁର୍ଣ ହୋଇଯିବ । କିନ୍ତୁ ଯେତେବେଳେ ମହିଳା ଜଣକ ଏହି ମୂର୍ତ୍ତିର ତଳପଟେ ଯିବାପାଇଁ ଚେଷ୍ଟା କରିବା ସମୟରେ ସେ ଫସିଯାଇଥିଲେ ।

ଏହାପରେ ଆଖପାଖରେ ଥିବା ଲୋକମାନେ ସେହି ମହିଳାଙ୍କୁ କାଢିବାପାଇଁ ଚେଷ୍ଟା କଲେ । ବହୁତ ଚେଷ୍ଟା କରିବାପରେ ମହିଳାଙ୍କୁ ମୂର୍ତି ତଳୁ ବାହାର କରାଯାଇଥିଲା ।

ଏହା ପୂର୍ବରୁ ଉତ୍ତର ପ୍ରଦେଶର ଲଖନଉରେ ଅନ୍ଧବିଶ୍ୱାସ କାରଣରୁ ବାହାଘର ଭାଙ୍ଗିବାର ଘଟଣା ସାମ୍ନାକୁ ଆସିଥିଲା । ଏଠାରେ ଥିବା ନିଗୋହାଁ ଥାନାରେ ଆସିଥିବା ଏହି ଅଜବ ଘଟଣାରେ ପତ୍ନୀ ଜଣକ ସ୍ୱାମୀଙ୍କ ଉପରେ ଭୁତପ୍ରେତ ଆସିବାର ଅଭିଯୋଗ କଲେ ଓ ସମ୍ପର୍କ ଭାଙ୍ଗିଦେଇଥିଲେ ।

Leave a Reply

Your email address will not be published. Required fields are marked *