ଏହି ରାଶିର ବ୍ୟକ୍ତିମାନେ ଶରୀରରେ କେବେବି ପିନ୍ଧନ୍ତୁ ନାହିଁ କଳା ସୁତା, ନହେଲେ ଜୀବନରେ ହୋଇପାରେ ନାନା ସମସ୍ୟା ।

ଯଦି ଗୋଟେଥର କୌଣସି ଜିନିଷର ପ୍ରଚଳନ ଆରମ୍ଭ ହୋଇଗଲେ ଲୋକମାନେ ସାଧାରଣତଃ ସେହି ଜିନିଷର ବ୍ୟବହାର କିଛି ନ ବୁଝି ବିଚାରି ତାର ବ୍ୟବହାର ଆରମ୍ଭ କରିଦିୟନ୍ତି । ସହରରେ ଅଧିକାଂଶ ଯୁବକମାନେ ହାତରେ କଳା ରଙ୍ଗର ସୁତା ପିନ୍ଧିଥାନ୍ତି । ଏହାକୁ ଏକ ଫେସନ ହିସାବରେ ପିନ୍ଧନ୍ତି । ଏମିତିଆ କିଛି କାମ ଅଛି, ଯାହା ବ୍ୟକ୍ତିର ଜୀବନରେ ନକାରାତ୍ମକ ପ୍ରଭାବ ପକେଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ, କଳା ସୁତା ଖରାପ ନଜରରୁ ରକ୍ଷା କରିଥାଏ । କିଛି ରାଶି ଏମିତି ମଧ୍ୟ ଅଛି ଯାହା ଶରୀରର ଯେକୌଣସି ଅଙ୍ଗରେ କଳା ସୁତା ପିନ୍ଧିଲେ ତାଙ୍କ ଜୀବନରେ ନକାରାତ୍ମକ ପ୍ରଭାବ ପଡିପାରେ । ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ମେଷ ରାଶି :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ । ମଙ୍ଗଳ ଦେବଙ୍କୁ କଳା ପଦାର୍ଥ ପସନ୍ଦ ନୁହେଁ । ଯଦି ମେଷ ରାଶି ଥିବା ଲୋକମାନେ କଳା ସୁତା ପିନ୍ଧନ୍ତି ତେବେ ତାଙ୍କ ଜୀବନରେ ମଙ୍ଗଳର ଶୁଭ ପ୍ରଭାବ ସମାପ୍ତ ହୋଇପାରେ, ଯେଉଁ କାରଣରୁ ମେଷ ରାଶିର ଲୋକମାନେ ଅସୁବିଧାରେ ପଡିଯିବେ । କଳା ସୁତା ପିନ୍ଧିଲେ ତାଙ୍କ ଜୀବନରେ ସୁଖ ଓ ଶାନ୍ତି କମିଯିବ, ଯେଉଁକାରଣରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ । ଏହି ରାଶିର ଲୋକମାନଙ୍କପାଇଁ ନାଲି ସୁତା ଶୁଭ ଅଟେ ।

ବିଛା ରାଶି :-

ଏହି ରାଶିର ସ୍ୱାମୀ ମଧ୍ୟ ମଙ୍ଗଳ ଗ୍ରହ । ଏମାନଙ୍କ ଜୀବନରେ ମଙ୍ଗଳର ପ୍ରଭାବ ସବୁବେଳେ ରହିଥାଏ । ବିଛା ରାଶି ଥିବା ଲୋକମାନେ କଳା ସୁତା ପିନ୍ଧିବା ଅନୁଚିତ । ଯଦି ଆପଣ କଳା ସୁତା ପିନ୍ଧନ୍ତି ତେବେ ମଙ୍ଗଳର ପ୍ରଭାବ ଜୀବନ ସହିତ ସମାପ୍ତ ହୋଇଯିବ ଓ ଦରିଦ୍ରତା ମଧ୍ୟ ଆସିଥାଏ । ଏହି ରାଶିର ଲୋକମାନଙ୍କପାଇଁ ନାଲି ସୁତା ପିନ୍ଧିବା ଶୁଭ ଅଟେ ।

Leave a Reply

Your email address will not be published. Required fields are marked *